ଅସହାୟ ପରିବାରକୁ ସହାୟତା

21

ପାତ୍ରପୁର,୧୦/୯ : ଗଞ୍ଜାମ ଜିଲ୍ଲା ପାତ୍ରପୁର୍ ବ୍ଲକ ଖରିଆଗୁଡା ପଂଚାୟତ ର ଶ୍ରୀରାମପୁର ଗ୍ରାମ ନିବାସୀ ରାମନାଥ ଗୌଡ଼ ଓ ମଞ୍ଜୁଳା ଗୌଡ଼ ଙ୍କ ଏକ ମାତ୍ର ୮ ବର୍ଷ ର ଶିଶୁ ପ୍ରସାଦ ର ଦେହ ଅସୁସ୍ଥ ହେତୁ ତିନି ମାସ ହେଲା ବ୍ରହ୍ମପୁର MKCG ଆଇସିୟୁ ରେ ରହି ଚିକିତ୍ସା କରାଯାଉଛି । ପରିବାର ର ଆର୍ଥିକ ସ୍ଥିତି ବହୁତ ଖରାପ ତେଣୁ ସେମାନେ ସରକାରୀ ସ୍ତରରେ ମାଗଣା ରେ ଚିକିତ୍ସା କରାଉଛନ୍ତି । ସେଠାରେ ରହି ଖାଇବା ପିଇବା ଖର୍ଚ୍ଚ ତୁଲାଇବା ବି କଷ୍ଟସାଧ୍ୟ ହୋଇପଡୁଛି । ବାପା ମା ତିନି ମାସ ହେଲା ପୁଅ ପାଖରେ ମେଡିକାଲ ରେ ରହିଥିବା ହେତୁ କିଛି ରୋଜଗାର ହେଇପାରୁନି । ଏହି ଖବର ଶୁଣି ସେବା ସଂସ୍ଥାନ ର ସଭାପତି କୃଷ୍ଣଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ସଭ୍ୟମାନେ ମେଡିକାଲ ରେ ପହଂଚି ଡାକ୍ତର ଙ୍କ ସହିତ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରି ୧୫୦୦୦ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେବା ସଂସ୍ଥାନ ତାର ଏହିଭଳି ସେବା କାର୍ଯ୍ୟ ଜାରି ରଖି ସବୁ ମହଲ ରେ ପଶ୍ରଂସା ର ପାତ୍ର ହୋଇପାରିଛି