ପବିତ୍ର ଗୁରୁ ଦିବସ

9

ଚିକିଟି, ଆଜି ପବିତ୍ର ଗୁରୁ ଦିବସ ଅବସରରେ ଚିକିଟିସ୍ଥିତ Life insurance corporation ଶାଖା ତରଫରୁ ଚିକିଟି ବିଜ୍ଞାପିତ ପରିଷଦର ପରିସରରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ବକୃତା ଏବଂ ଚିତ୍ରାଙ୍କନର ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତା ରେ ବକୃତାରେ ସଦଗୁରୁ ଶିକ୍ଷା ନିକେତନର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୋମପ୍ରିୟା ପାଣିଗ୍ରାହୀ ପ୍ରଥମ ସ୍ଥାନ,St.xevier English medium High school ଅଷ୍ଟମ ଶ୍ରେଣୀ ଛାତ୍ର ,ଶକ୍ତି କାନ୍ତ ପଣ୍ଡା ଦ୍ଵିତୀୟ ସ୍ଥାନ ଏବଂ ଆଦର୍ଶ ବିଦ୍ୟା ମନ୍ଦିରର ଶୁଭଶ୍ରୀ ପାଢ଼ୀ ଅଷ୍ଟମ ଶ୍ରେଣୀ ଛାତ୍ରୀ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
କୃତି ଛାତ୍ର ଛାତ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ କାମାକ୍ଷା ବ୍ରହ୍ମା ଏବଂ LIC ଶାଖା ପ୍ରବନ୍ଧକ ଅଭିରାମ ସେଠୀ ତଥା ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକର୍ମକୁ ସଫଳ କରିବାରେ ସହଯୋଗ କରିଥିଲେ।