ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତି ବୈଠକ

35

ଚିକିଟି,୧୮/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତି ବୈଠକ ବୁଧବାର ଦିନ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ବିଶ୍ୱ ରଞ୍ଜନ କହଁର, ଏବିଡ଼ିଓ ଚକ୍ରଧର ପ୍ରଧାନ, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ, ମଞ୍ଚାସୀନ ଥିଲେ।
ଗଞ୍ଜାମ ଜିଲ୍ଲା ର ଚିକିଟି ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ବ୍ଲକ । ଏଣୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପଡିବ । ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରାକ୍ ସତର୍କତା ଓ ସଚେତନତା ନିହାତି ଜରୁରି ।
ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଲେ ବିପର୍ଯ୍ୟୟର ମୁକାବିଲା କରିପାରିବା । ବିପର୍ଯ୍ୟୟ ସମୟରେ ଜନ ସାଧାରଣ କିପରି ନିଜକୁ ତଥା ଗୃହପାଳିତ ପଶୁପକ୍ଷୀଙ୍କୁ ରକ୍ଷା କରିପାରିବେ ସେଥିପ୍ରତି ପ୍ରଚାର ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପଡିବ ଏବଂ ସମସ୍ତ ବିଭାଗର ସମନ୍ବୟ ରହିଲେ ଏହି ବିପର୍ଯ୍ୟୟକୁ ସହଜରେ ମୁକାବିଲା କରିହେବ
। ଆସନ୍ତା କାଲି ବ୍ଲକର ସମସ୍ତ ୧୪ ଗୋଟି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ ହେବ । ସେଥିରେ ଦୈବୀ ଦୁର୍ବିପାକରୁ କିଭଳି ରକ୍ଷା ପାଇପାରିବେ ତାହା ପ୍ରଦର୍ଶନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ତାହା ଜନ ସାଧାରଣଙ୍କୁ ପ୍ରଦର୍ଶିତ କରି ସଚେତନ କରାଯିବ ।
ଏଥିରେ ସମସ୍ତ ଲାଇନ୍ ବିଭାଗ ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଜଳସେଚନ, ପୂର୍ତ୍ତ, ଅଗ୍ନିଶମ ସେବା ବିଭାଗ, ଶକ୍ତି ବିଭାଗ, ସାଧାରଣ ବଣ୍ଟନ ବିଭାଗ, ପଶୁ ସମ୍ପଦ, ରାସ୍ତା ଓ କୋଠାବାଡି, ଆରକ୍ଷୀ ବିଭାଗ, ସମସ୍ତ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।