ପୁଣି ଏକ ଲଘୁଚାପ ଜନିତ ବର୍ଷାରେ ଖଳାରେ ଭିଜିଲା ଧାନ, ଚାଷୀ ମାନଙ୍କ ଆଖିରୁ ଝରୁଛି ଲୁହ

48

ବିଷମକଟକ ,୨୫-୧୨(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ପୁଣି ଏବେ ଲଘୁଚାପ ଜନିତ ବର୍ଷାରେ ଖଳାରେ ଭିଜିଲା ଧାନ। କିଛି ଦିନ ତଳେ ଦୁଇ ଦୁଇ ଥର ଆସିଥିବା ଲଘୁଚାପରେ କେତେକ ଚାଷୀ ଙ୍କର କର୍ପ ଖଳାରେ ପଡିରହିଥିବା ବେଳେ ଆଉ କେତେକ ଚାଷୀ ଙ୍କର ଧାନ ଖଳାରେ ପଡି ରହି ଧାନ ନଷ୍ଟ ହୋଇଥିଲା । କାରଣ ଏବେ ରାଜ୍ୟ ସରକାର ଙ୍କ ନିୟମକୁ ନେଇ ମଣ୍ଡି ଦାଇତ୍ୱ ରେ ଥିବା ସରକାରୀ କର୍ମଚାରୀ ମାନେ ମଣ୍ଡି କିପରି ସୁରୁଖୁରୁରେ ହେବ ସେନେଇ ଚିନ୍ତାରେ ରହିଛନ୍ତି। ପୁଣି ଏବେ ଦୁଇ ଦିନ ଧରି ଚାଲିଥିବା ଏହି ଲଘୁଚାପ ଜନିତ ବର୍ଷାରେ ନଷ୍ଟ ହୋଇଥିବା ଧାନକୁ କେଉଁଠି ରଖିବେ ତାହା ଏବେ ବହୁତ ଚିନ୍ତା ରେ ପକାଇଛି ଚାଷୀ ମାନଙ୍କୁ। ବର୍ତମାନ ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ଯେଉଁ ଚାଷୀ ମାନଙ୍କର ଧାନ ମଣ୍ଡି ଜାନୁଆରି ମାସରେ ରହିଥିବା ବେଳେ ସେହି ଚାଷୀ ଏବେ ଧାନ ରଖିବା ପାଇଁଁ ଆଶ୍ରୟ ଖୋଜୁଛନ୍ତି। କାରଣ ରାଜ୍ୟସରକାର ଙ୍କ ନିୟମକୁ ଏବେ ମଣ୍ଡି ପୂର୍ବରୁ କୈାଣସି ମିଲରସ ଚାଷୀ ମାନଙ୍କ ଧାନ ରଖିବା ପାଇଁଁ ଭୟ କରୁଛନ୍ତି। କାରଣ କିଛି ଦିନ ତଳେ ଚାଷୀ ମାନଙ୍କ ଧାନ ରଖିଥିବା ଦୁର୍ଗୀ ଗ୍ରାମର ମାଣିକେଶ୍ଵରୀ ରାଇସ୍ ମିଲ୍ ଦାଇତ୍ୱ ରେ ଥିବା ମୋହୋନ ରାଓ ଙ୍କ ଗୋଦାମ ଘରେ ଯୋଗାଣ ବିଭାଗ ତରଫରୁ ଏକ ୪ ଜଣିଆ ଟିମ୍ ଚଢାଉ କରି ୪୧୨ ବସ୍ତାରେ ୨୦୬ କୁଇଣ୍ଟାଲ ଧାନ ସିଜ୍ କରିଥିବା ବେଳେ ଭାଲେରୀ ଗ୍ରାମର ଡିଢିସିସି ଗୋଦାମ ଘରେ ୬୦୪ ବସ୍ତାରେ ୩୦୦ କୁଇଣ୍ଟାଲ ଧାନ ରହିଥିଲା । କାରଣ ସେହି ସମୟରେ ମୋହନ ରାଓ ଙ୍କ ପାଖରେ କୈାଣସି କାଗଜ ପତ୍ର ନଥିବାରୁ ମୋଟ ୫୦୬ କୁଇଣ୍ଟାଲ ଧାନ ସିଜ୍ ହୋଇଥିଲା ତେଣୁ ଏବେ ଚାଷୀ ମାନଙ୍କ ଧାନରେ ହାତ ମାରିବା ପାଇଁ କୈାଣସି ମିଲରସ୍ ସାହାସ କରୁନାହାଁନ୍ତି ବୋଲି ଚାଷୀ ରମେଶ ପାକି, ବାଦଲ ରଣା, ନାଗେଶ୍ଵର ମୁନିଙ୍କାଲ,କେ ଭାନୁ,ଭାଲୁ ବୈଦ୍ୟଭୂଷଣ,ପି ଶ୍ରୀ ନୁ, ସମେତ ସମସ୍ତ ଚାଷୀ ମାନେ ଅଭିଯୋଗ କରିଛନ୍ତି। ପୁଣି ଏବେ ଏଫ୍ ଏ କ୍ୟୁ କୁ ନେଇ ଚିନ୍ତାରେ ଚାଷୀ ରହୁଥିବା ବେଳେ ଧାର କରଜ କିପରି ସୁଝିବେ ବୋଲି ଆଖିରୁ ଲୁହଧାର ଝରାଇ ବସିଛନ୍ତି ଚାଷୀ। ରାଜ୍ୟ ସରକାର ଚାଷୀ ମାନଙ୍କ ଦୁଃଖ ବୁଝିବାକୁ ରାଜ୍ୟସରକାରଙ୍କୁ ଚାଷୀ ମାନେ ଅନୁରୋଧ କରିଛନ୍ତି। ଏଥି ପ୍ରତି ରାୟଗଡ଼ା ଜିଲ୍ଲା ପାଳ ରାଜ୍ୟ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତିି।