
ବିଷମକଟକ ୨୩-୧୨ (ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଏବେ ଏଫ୍ ଏ କ୍ୟୁ କୁ ନେଇ ଚିନ୍ତାରେ ଚାଷୀ। ବର୍ତମାନ ସରକାରୀ ନିୟମ ଅନୁଯାୟୀ ଏହି ବର୍ଷ ମଣ୍ଡି ହୋଇଥିବାରୁ ଏବେ ଧାନ ମଣ୍ଡିରେ ଏଫ୍ ଏ କ୍ୟୁ କୁ ନେଇ ଚିନ୍ତାରେ ଚାଷୀ । କାରଣ ସୋମବାର ଦିନ ହାଟମୁନିଗୁଡ଼ା ମଣ୍ଡି କୁ ତିନୋଟି ଚାଷୀ ଯଥା ଶିବରାମ ଦଳେଇ ୧୫୦ ବସ୍ତା, ପ୍ରଶାନ୍ତ କାଣ୍ଡା ମାକା ୬୦ ବସ୍ତା ଓ ପଦ୍ମନ ତୁଳ ୧୬ ବସ୍ତା ଧାନ ହାଟ ମୁନିଗୁଡା ଆର. ଏମସି ଧାନ ବିକ୍ରୟ କେନ୍ଦ୍ର କୁ ଆଣି ଥିଲେ । ଆଣିବା ପରେ ସେମାନଙ୍କ ଧାନ କୁ ସରକାର ଙ୍କ ନିୟମ ଅନୁସାରେ ଆର ଏମ ସି ର କର୍ମଚାରି ମାନେ ଏଫ୍ ଏ କ୍ୟୁ ମାନ ନିର୍ଦ୍ଧାରଣ କରିଥିଲେ ।ଯାହାକି ,ସେମାନଙ୍କ ଧାନ ନିମ୍ନ ମାନ ର ଏଫ୍ ଏ କ୍ୟୁ ଥିଲା । ଯାହା ଫଳ ରେ ସେମାନେ ନିଜର ଧାନ କୁ ବିକ୍ରୟ କରି ପାରି ନଥିଲେ ।ଯାହା କି ଏବେ ଏହି ଏଫ୍ ଏ କ୍ୟୁ ମାନର ନିର୍ଦ୍ଧାରଣ କୁ ନେଇ ଚାଷୀ କୁଳ ରେ ଭୟ ସୃଷ୍ଟି କରିଛି । ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।




