
ଧରାକୋଟ,୯/୮(ଜିଲ୍ଲା ଖବର) : ଧରାକୋଟ ବ୍ଲକର ମୁଣ୍ଡମରାଇ ସ୍ଥିତ ସୋମନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷର ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ବେଶ୍ ସଫଳତା ହାସଲ କରିଛନ୍ତି । ପରୀକ୍ଷା ଦେଇଥିବା ମୋଟ 241ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ 225 ଜଣ ପାସ କରିଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ 126ଜଣ , ଦ୍ଵିତୀୟ ଶ୍ରେଣୀରେ 48 ଜଣ ଓ ତୃତୀୟ ଶ୍ରେଣୀର 51 ଜଣ ପିଲା ପାସ କରିଛନ୍ତି । ଧରାକୋଟ ବ୍ଲକର ଟପର ଭାବରେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପଦ୍ମିନୀ ପାଢ଼ୀ 525 ମାର୍କ ରଖିଥିବା ବେଳେ ଛଅ ଜଣ ପିଲା 500 ରୁ ଅଧିକ ନମ୍ବର ରଖିଛନ୍ତି। ଛାତ୍ର ଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଓ ଇତିହାସ ବିଭାଗ ଅଧ୍ୟାପକ ରଞ୍ଜନ କୁମାର ପଟଯୋଶୀ ଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ର ଛାତ୍ରୀ ମାନଙ୍କ ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି।



